Advertisement
trendingPhotos1171785
photoDetails1hindi

ଜାଣନ୍ତୁ ଭାରତର ୫ଟି ବଡ଼ ଚୋର ବଜାର ବିଷୟରେ, ଯେଉଁଠାରେ ଶସ୍ତାରେ ମିଳିଥାଏ ସବୁକିଛି

ଆସନ୍ତୁ ଜାଣିବା ଦେଶର ୫ଟି ବଡ଼ ଚୋର ବଜାର (Chor Bazaar) ବିଷୟରେ ଯେଉଁଠାରେ ଚୋରି ସାମଗ୍ରୀ ମିଳିଥାଏ । ଚୋରି ହୋଇଥିବା ଜିନିଷ ସହିତ ଏଠାରେ କମ୍ପାନୀର ଡିଫେକ୍ଟିଡ ଜିନିଷଗୁଡ଼ିକ କମ୍ ମୂଲ୍ୟରେ ମିଳିଯାଏ । ଆସନ୍ତୁ ଆପଣଙ୍କୁ କହିବୁ ଭାରତର ସବୁଠୁ ବଡ଼ ଚୋର ବଜାର ବିଷୟରେ…

1/6

ନୂଆଦିଲ୍ଲୀ: Chor Bazaar: ଆମ ଦେଶରେ ସମସ୍ତ ପ୍ରକାରର ବଜାର ଅଛି ଯେଉଁଠାରେ ସମସ୍ତ ପ୍ରକାରର ସାମଗ୍ରୀ ସହଜରେ ମିଳିଯାଇଥାଏ । ଏହି ବଜାରଗୁଡ଼ିକ ମଧ୍ୟରୁ କିଛି ଏପରି ବଜାର ମଧ୍ୟ ଅଛି ଯାହା ଚୋରି ସାମଗ୍ରୀ ବିକ୍ରି ଓ କ୍ରୟ ପାଇଁ ବେଶ୍ ପ୍ରସିଦ୍ଧ ହୋଇସାରିଛି । ଆସନ୍ତୁ ଜାଣିବା ଦେଶର ୫ଟି ବଡ଼ ଚୋର ବଜାର (Chor Bazaar) ବିଷୟରେ ଯେଉଁଠାରେ ଚୋରି ସାମଗ୍ରୀ ମିଳିଥାଏ । ଚୋରି ହୋଇଥିବା ଜିନିଷ ସହିତ ଏଠାରେ କମ୍ପାନୀର ଡିଫେକ୍ଟିଡ ଜିନିଷଗୁଡ଼ିକ କମ୍ ମୂଲ୍ୟରେ ମିଳିଯାଏ । ଆସନ୍ତୁ ଆପଣଙ୍କୁ କହିବୁ ଭାରତର ସବୁଠୁ ବଡ଼ ଚୋର ବଜାର ବିଷୟରେ…

୧. ମଟନ୍ ୱାଲି ଗାଲି, ମୁମ୍ବାଇ (Mutton Wali Gali, Mumbai)

2/6
୧. ମଟନ୍ ୱାଲି ଗାଲି, ମୁମ୍ବାଇ (Mutton Wali Gali, Mumbai)

ମହମ୍ମଦ ଅଲି ରୋଡରୁ ପ୍ରସିଦ୍ଧ ଏହି ଚୋର ବଜାର (Chor Bazaar) ଦେଶର ସମସ୍ତ ଚୋର-ବଜାରଠାରୁ ବଡ଼ ଅଟେ । ଏହାର ଇତିହାସ ୧୫୦ ବର୍ଷ ପୁରୁଣା । ଏହାପୂର୍ବରୁ ଏହାର ନାମ ଶୋର ବଜାର ଥିଲା, କିନ୍ତୁ ବ୍ରିଟିଶମାନଙ୍କ ଦ୍ୱାରା ଭୁଲ ଉଚ୍ଚାରଣ ଯୋଗୁଁ ଏହା ଚୋର-ବଜାରରେ ପରିଣତ ହେଲା । ଏହାର ନୂଆ ନାମର ସମ୍ପୂର୍ଣ୍ଣ ପ୍ରଭାବ ପକାଇଲା, ଏହି ବଜାର ଚୋରମାନଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ସାମଗ୍ରୀର ସବୁଠାରୁ ବଡ଼ ଠିକଣା । ସମସ୍ତ ପ୍ରକାରର ଜିନିଷ ଏଠାରେ ଉପଲବ୍ଧ ଓ ସୁଲଭ ମୂଲ୍ୟରେ ମଧ୍ୟ ମିଳିଥାଏ ।

୨. ଚାନ୍ଦନୀ ଚୌକ୍, ଦିଲ୍ଲୀ (Chandni Chowk, Delhi)

3/6
୨. ଚାନ୍ଦନୀ ଚୌକ୍, ଦିଲ୍ଲୀ (Chandni Chowk, Delhi)

ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୌକର ସଂକୀର୍ଣ୍ଣ ରାସ୍ତାରେ ସବୁକିଛି ମିଳିଯାଇଥାଏ । ଏହା ପୂର୍ବରୁ ରବିବାର ବଜାର ଭାବରେ ଲାଲକିଲା ପଛରେ ଥିଲା । ବର୍ତ୍ତମାନ ଏହା ଦରିଆଗଞ୍ଜରେ ନାୱେଲ୍ଟି ଓ ଜାମା ମସଜିଦ୍ ନିକଟ ବସିଥାଏ । ଏହାକୁ 'କବାଡ଼ି ମାର୍କେଟ୍' ମଧ୍ୟ କୁହାଯାଏ । ଯଦିଓ ଏହି ସ୍ଥାନ ପୋଷାକ ଓ ହାର୍ଡୱେର୍ ଆଇଟମ୍ ପାଇଁ ପ୍ରସିଦ୍ଧ । ଏହା ବ୍ୟତୀତ ଅନ୍ୟାନ୍ୟ ଜିନିଷ ଏଠାରେ ସହଜରେ ମିଳିଯାଇଥାଏ, ଯାହାକୁ ଆପଣ କିଣିବାକୁ ଚାହୁଁଛନ୍ତି ।

୩. ପୁଡୁପେଟ୍ ମାର୍କେଟ୍, ଚେନ୍ନାଇ (Pudupet Market, Chennai)

4/6
୩. ପୁଡୁପେଟ୍ ମାର୍କେଟ୍, ଚେନ୍ନାଇ (Pudupet Market, Chennai)

ଦକ୍ଷିଣରେ ଅଟୋମୋବାଇଲ୍ ପ୍ରେମୀଙ୍କ ପାଇଁ ପୁଡୁପେଟ୍ ମାର୍କେଟ୍ ସର୍ବୋତ୍ତମ ସ୍ଥାନ । ସ୍ପେୟାର୍ ପାର୍ଟସ୍ ଠାରୁ ଆରମ୍ଭ କରି କଷ୍ଟୋମାଇଜ୍ ଗାଡ଼ିଗୁଡିକ ଏଠାରେ ମିଳିବ । ଏହି ବଜାରଟି ଚଳଚ୍ଚିତ୍ରରେ ଦେଖାଯାଇଥିବା ବଜାର ପରି, ଯେଉଁଠାରେ ଚୋରି ଗାଡ଼ି ଓ ଚୋରା କାରବାରର ବ୍ୟବସାୟ ହୋଇଥାଏ ।

୪. ଚିକପେଟ୍ ମାର୍କେଟ୍, ବାଙ୍ଗାଲୋର (Chickpet Market, Bangalore)

5/6
୪. ଚିକପେଟ୍ ମାର୍କେଟ୍, ବାଙ୍ଗାଲୋର (Chickpet Market, Bangalore)

ଏହା ବାଙ୍ଗାଲୋରର ସର୍ବ ପୁରାତନ ବ୍ୟବସାୟିକ ହବ୍ । ରବିବାର ଦିନ ବିଦେଶୀ କମ୍ପାନୀଗୁଡିକରେ ନିର୍ମିତ ସାମଗ୍ରୀ ମଧ୍ୟ ଏଠାରେ ସହଜରେ ମିଳିଯାଇଥାଏ । ପ୍ରାରମ୍ଭରେ ଏହି ବଜାର ରେଶମ ଶାଢ଼ୀ ପାଇଁ ପ୍ରସିଦ୍ଧ ଥିଲା । ଚିକପେଟ୍ ପୁରାତନ ସାମଗ୍ରୀ ବିକ୍ରୟ ପାଇଁ ବିଖ୍ୟାତ ।

ଏହା ବି ପଢ଼ନ୍ତୁ:-ଗିରଫ ହେବେ ଇମ୍ରାନ ଖାନ!

ଏହା ବି ପଢ଼ନ୍ତୁ:-ଛୁଟିରେ ଯିବେ ପୁଟିନ! ଋଷକୁ ସମ୍ଭାଳିବେ ଏହି ବ୍ୟକ୍ତି

ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କ କ୍ଷମତାରୁ ହଟିବା ପରେ ପାକିସ୍ତାନକୁ ହେଲା ଲାଭ, ଏହି ଦେଶ ଦେଲା ୮ ବିଲିୟନ ଡଲାର

୫. ସୋତି ଗଞ୍ଜ, ମେରଟ (Soti Ganj, Meerut)

6/6
୫. ସୋତି ଗଞ୍ଜ, ମେରଟ (Soti Ganj, Meerut)

ମେରୁଟର ସୋତି ଗଞ୍ଜ ବଜାର ଯାହା ଚୋର ବଜାର ଭାବରେ ପ୍ରସିଦ୍ଧ । ଏଠାରେ ଗିଅର୍, ଇନ୍ଧନ ଟ୍ୟାଙ୍କ କିମ୍ବା ଅଟୋମୋବାଇଲ୍ ସହିତ ଜଡିତ କୌଣସି ପାର୍ଟ ସହଜରେ ମିଳିଥାଏ । ଦିଲ୍ଲୀରୁ ଚୋରି ହୋଇଥିବା କାର ପାର୍ଟ, ନୋଏଡାକୁ ଅଣାଯାଇ ବିକ୍ରି କରାଯାଏ । ମାରୁତି ୮୦୦ରୁ ରୋଲ୍ସ ରୋଏସ୍ ପର୍ଯ୍ୟନ୍ତ ସମସ୍ତ ସ୍ପେୟାର୍ ପାର୍ଟସ୍ ଏଠାରେ ମିଳିଯାଏ ।

ट्रेन्डिंग फोटोज़